କଳାହାଣ୍ଡି ବିଶ୍ବବିଦ୍ୟାଳୟରେ ସତ୍ୟ ସିଦ୍ଧାର୍ଥ ପଣ୍ଡାଙ୍କ ପୁସ୍ତକ ଉନ୍ମୋଚିତ

ଭବାନୀପାଟଣା: କଳାହାଣ୍ଡି ବିଶ୍ବବିଦ୍ୟାଳୟ କୁଳପତିଙ୍କ ଦ୍ବାରା ଆଜି ବିଶ୍ବବିଦ୍ୟାଳୟ ପରିସରରେ ପ୍ରଫେସର ସତ୍ୟ ସିଦ୍ଧାର୍ଥ ପଣ୍ଡାଙ୍କ ବହି ‘ୟୁ‌ କେନ କ୍ରାକ ଦ ଜବ ଇଣ୍ଟରଭିୟୁ’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି କଳାହାଣ୍ଡି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡ଼. ସଞ୍ଜୟ କୁମାର ଶତପଥୀ, ସମ୍ମାନୀତ ଅତିଥି କଳାହାଣ୍ଡି ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ପିତାମ୍ବର ଭୋଇ, ସାମ୍ବାଦିକ ଉମା ଶଙ୍କର କର, ସମ୍ବାଦର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର କୁମାର ବିଶି ପ୍ରମୁଖ ଯୋଗ ଦେଇଥିଲେ । ଏହି ପୁସ୍ତକଟି ବିଭିନ୍ନ ଇଣ୍ଟଭିୟୁ ଦେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସହାୟକ ହେବ । ଏହା ମାଧ୍ୟମରେ ନିଜର ବାୟୋଡାଟା ଆରମ୍ଭ ଠାରୁ କିଭଳି ଭାବରେ ଇଣ୍ଟଭିୟୁ ପାଇଁ ପ୍ରସ୍ତୁତ ହେବେ ଏହା ଉପରେ ବିସ୍ତୃତ ଭାବରେ ଉପାଦେୟ ତଥ୍ୟ ପ୍ରଦାନ କରାଯାଇଛି । ଏହି ପୁସ୍ତକର ରଚୟିତା ହେଉଛନ୍ତି ବାଙ୍ଗାଲୋର ଖ୍ରୀଷ୍ଟ ବିଶ୍ବବିଦ୍ୟାଳୟରେ ମ୍ୟାନେଜମେଣ୍ଟ ପ୍ରଫେସର ଭାବରେ ଅବସ୍ଥାପିତ ଅଛନ୍ତି । କଳାହାଣ୍ଡି ଜିଲ୍ଲା ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସୁନୀଲ ଚନ୍ଦ୍ର ପଣ୍ଡାଙ୍କ ପୁଅ ଅଟନ୍ତି । ତାଙ୍କର ୮ରୁ ଊର୍ଦ୍ଧ୍ବ ପୁସ୍ତକ ପ୍ରକାଶିତ ହୋଇସାରିଛି ।

ସମ୍ବନ୍ଧିତ ଖବର