କଟକ: ଓଡ଼ିଶାର ସର୍ବ ପୁରାତନ ଯାନ୍ତ୍ରିକ ବିଦ୍ୟାଳୟ ଭୁବନାନନ୍ଦ ସ୍କୁଲ ଅଫ ଇଞ୍ଜିନିୟରିଂ (ବୋଷ)ରେ ଅଶାନ୍ତି ଦେଖା ଦେଇଛି। ଅଫଲାଇନ ବଦଳରେ ଅନଲାଇନରେ ପରୀକ୍ଷା କରିବାକୁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବୋଷ ଛାତ୍ରଛାତ୍ରୀ ।
ଭୁବନାନନ୍ଦ ସ୍କୁଲ ଅଫ ଇଞ୍ଜିନିୟରିଂ ଗେଟ ଆଗରେ ଟାୟାର ଜାଳି ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି । କଲେଜରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ଗତ କିଛି ଦିନ ଭିତରେ ୧୦ ରୁ ଅଧିକ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ବାହାରିବା ପରେ ଭୁବନାନନ୍ଦ ସ୍କୁଲ ଅଫ ଇଞ୍ଜିନିୟରିଂ ପରିସରରେ କିମ୍ବା ହଷ୍ଟେଲରେ ସାନିଟାଇଜ କରାଯାଇ ନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ଭୁବନାନନ୍ଦ ସ୍କୁଲ ଅଫ ଇଞ୍ଜିନିୟରିଂ କର୍ତ୍ତୃପକ୍ଷ ମଧ୍ୟ ଏଠାକୁ ଆସୁନାହାନ୍ତି। ଏଭଳି ସ୍ଥିତିରେ ଅଫଲାଇନରେ ପରୀକ୍ଷା କରାଗଲେ କରୋନା ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ତେବେ ଭୁବନାନନ୍ଦ ସ୍କୁଲ ଅଫ ଇଞ୍ଜିନିୟରିଂକୁ ବନ୍ଦ କରି ଅନଲାଇନରେ ପରୀକ୍ଷା କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/Protest-in-BOSE-College_Thumbnail_2.jpg)