ବୌଦ୍ଧ: ବିଷଧର ସାପ କାମୁଡ଼ାରେ ଯୁବକ ମୃତ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ର ମଥୁରା ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ବିଷଧର ସାପ କାମୁଡାରେ ଗ୍ରାମର ଜଣେ ଯୁବକଙ୍କର ଅକାଳ ମୃତ୍ୟୁ ହୋଇଥିବା ଜଣାପଡିଛି।

ପ୍ରାପ୍ତ ସୂଚନା ଅନୁସାରେ ମଥୁରା ଗ୍ରାମର ଗଣେଶ ମେହେରଙ୍କ ପୁଅ ୱାରକଲ୍ ମେହେର(୧୮) ସୋମବାର ରାତିରେ ଖିଆପିଆ ସାରି ଶୋଇଥିବା ବେଳେ ବିଳମ୍ବିତ ରାତିରେ ତାଙ୍କୁ ଏକ ବିଷ ଧର ସାପ କାମୁଡି ଦେଇଥିଲା। ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ମଙ୍ଗଳବାର ପାହାନ୍ତାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଯାଇଥିବା ଜଣାପଡିଛି। ଏକଥା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଯାଇଛି।

ସମ୍ବନ୍ଧିତ ଖବର