ବୌଦ୍ଧରେ ୧୧୮.୩ ମିଲିମିଟର ବର୍ଷା ରେକର୍ଡ

ବୌଦ୍ଧ,: ତିତ୍‌ଲିର ପ୍ରତ୍ୟକ୍ଷ ପ୍ରଭାବ ପଡ଼ି ନ ଥିଲେ ମଧୢ ବୌଦ୍ଧ ଜିଲ୍ଲାରେ ଏହାର ଆ˚ଶିକ ପ୍ରଭାବ ପଡ଼ିଥିବା ଦେଖାଯାଇଛି। ଗତ ଗୁରୁବାରରୁ ଲଗାଣ ବର୍ଷା ଓ ୩୦-୪୦ ବେଗରେ ପବନ ବହିବାରୁ କେତେକ ସ୍ଥାନରେ ବଡ଼ ବଡ଼ ଗଛ ଟଳି ପଡ଼ିଥିବା ବ୍ୟାପକ ବିଦ୍ୟୁତ ବିଭ୍ରାଟ ଦେଖାଯାଇଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ସ˚ଧୢାରୁ ବିଦ୍ୟୁତ ଯୋଗାଣ ପ୍ରଭାବିତ ହେବାରୁ ଅଞ୍ଚଳବାସୀଙ୍କୁ ରାତି ତମାମ ଅନ୍ଧକାରରେ ରହିବାକୁ ପଡ଼ିଥିଲା। ଜିଲ୍ଲାରେ ୧୧୮.୩ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି। ଶୁକ୍ରବାର କିଛିଟା ଅସ୍ବସ୍ଥି ହୋଇଥିଲେ ମଧୢ ଝିପଝିପ ବର୍ଷା ଲାଗିରହିଥିଲା।

ସମ୍ବନ୍ଧିତ ଖବର