ବୌଦ୍ଧ: ରାଜସ୍ୱ ଅମଲା ସଂଘ ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କ ନିଷ୍ପତି କ୍ରମେ ବୌଦ୍ଧ ଜିଲ୍ଲା ଅମଲା ସଂଘ ଗତ ୧ ତାରିଖରୁ ସମୂହ ଛୁଟିରେ ରହିଛି। ଏଥିପାଇଁ ଜିଲ୍ଲାରେ କୌଣସି ପ୍ରକାର କାମ ହେଉନାହିଁ। ଏବେ ଅମଲାମାନେ ପୁଣି ଥରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଛୁଟିରେ ରହିବା ପାଇଁ ନିଷ୍ପତି ନେଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ଦାବି ପୂରଣ ନେଇ ସକରାତ୍ମକ ପଦକ୍ଷେପ ଗ୍ରହଣ କରୁନଥିବାରୁ ଆନ୍ଦୋଳନ ଜାରି ରହିଛି। ଦାବି ଗୁଡିକ ହେଉଛି ରାଜସ୍ୱ ଅମଲା ମାନ୍ୟତା ଦେବା ସହ ସ୍ୱତନ୍ତ୍ର କ୍ୟାଡର ପ୍ରଦାନ ଓ ପଦବି ପରିବର୍ତନ କରିବା। ଓଡିଶା ରାଜସ୍ୱ ସେବା ପଦୋନ୍ନତିରେ ୭୫ ପ୍ରତିଶତ ରାଜସ୍ୱ ଅମଲାଙ୍କ ପାଇଁ ସଂରକ୍ଷିତ କରିବା, ସର୍ବ ନିମ୍ନ ଦରମା ୯୩୦୦ ସହ ଗ୍ରେଡପେ ୪୨୦୦ କରିବା, ଚୁକ୍ତିଭିତ୍ତିକ ପଦବି ସଂପୂର୍ଣ୍ଣ ଉଛେଦ କରିବା। ସରକାର ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ବୌଦ୍ଧ ଶାଖା ସଭାପତି ରାଜେନ୍ଦ୍ର କୁମାର ମହାପାତ୍ର ଆଜି କର୍ମଚାରୀ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଚାରି ଦଫା ଦାବି ନେଇ ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ଜାରି
/sambad/media/post_attachments/wp-content/uploads/2018/05/strike.jpg)