୪ କେଜି ଗଞ୍ଜେଇ ଜବତ, ମହିଳା ଗିରଫ

ଚାରିଛକ: ବୌଦ୍ଧ ଥାନା ବଘିଆପଡା ବ୍ରାହ୍ମଣପାଲ୍ଲିରେ ଶୁକ୍ରବାର ସକାଳେ ଅବକାରୀ ବିଭାଗ ଚଢଉ କରି ଜଣେ ମହିଳାଙ୍କ ପାଖରୁ ଗଞ୍ଜେଇ ଜବତ କରିବା ସହିତ ତାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ବ୍ରାହ୍ମଣପାଲ୍ଲି ଗ୍ରାମର କ୍ଷୀରୋଦ୍ରୀ ନାଏକ(୨୭) ଏକ ଜରି ବସ୍ତାରେ ୪କେଜି ଓଜନର ଗଞ୍ଜେଇ ନେଇଯାଉଥିବା ବେଳେ ଅବକାରୀ ବିଭାଗ ଚଢଉ କରି ତାଙ୍କ ପାଖରୁ ସମସ୍ତ ଗଞ୍ଜେଇ ସହିତ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବୌଦ୍ଧ ଅବକାରୀ ନିରୀକ୍ଷକ ବିଜୟ ଧରୁଆ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର