ବୌଦ୍ଧ: ବୁଧବାର କଣ୍ଟାମାଳ ଥାନା ପୁଲିସ ୮ କେଜି ଗଞ୍ଜେଇ ଜବତ କରିବା ସହ ଏଥିରେ ସଂପୃକ୍ତ ଚାନ୍ଦିନିଆମୁଣ୍ଡା ଗାଁର ରବି କର୍ମୀ (୨୧)ଙ୍କୁ ଗିରଫ କରିଛି। ରବି ଏକ ବାଇକ (ଓଡି-୩୧ଏ୭୨୧୨)ରେ ଗଞ୍ଜେଇ ନେଇ ଯାଉଥିବା ଖବର ପାଇ ଅବକାରୀ ବିଭାଗ ଚଢଉ କରିଥିଲା।
ଅବକାରୀ ଅଧୀକ୍ଷକ ଶାନ୍ତନୁ ନାୟକଙ୍କ ନିର୍ଦ୍ଦେଶକ୍ରମେ ଇନ୍‌ସପେକ୍ଟର ବିଜୟ ଧରୁଆ, ଏସ୍‌ଆଇ ରୂପେଶ ମୁଖୀ, କନେଷ୍ଟବଳ ରାଜକିଶୋର କଅଁର, ଦତାତ୍ରୟ ପ୍ରଧାନ ଏହି ଚଢଉରେ ସାମିଲ ଥିଲେ।