ବୌଦ୍ଧ: ଆଜି ଜାତୀୟ ରାଜପଥ ୫୭ର ବୌଦ୍ଧ ବ୍ଲକ ଗମ୍ଭାରୀପଦର ପେଟ୍ରୋଲ୍ ପମ୍ପ ନିକଟରେ ଗୋଟିଏ ବୋଲେରୋ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଉଭୟ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲେ ମଧ୍ୟ ବୋଲେରୋରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ତେଲିବନ୍ଧ ଗ୍ରାମରୁ ଗୋଟିଏ ପରିବାରର ୫ ସଦସ୍ୟ ଏକ ବୋଲେରୋ ଯୋଗେ ବୌଦ୍ଧ ଆଡ଼କୁ ଯାଉଥିବା ବେଳେ ବୌଦ୍ଧ ପଟରୁ ସୋନପୁର ଆଡ଼କୁ ଆସୁଥିବା ଗୋଟିଏ ଟ୍ରକ୍ ସହ ଗମ୍ଭାରୀପଦର ପେଟ୍ରୋଲ୍ ପମ୍ପ ନିକଟରେ ଧକ୍କା ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/boudh.jpg)