ବୌଦ୍ଧ: ଟ୍ରକ୍-ବୋଲେରୋ ମୁହାଁମୁହିଁ ଧକ୍କା । ୭ ଜଣ ଗୁରୁତର ଆହତ । ବୌଦ୍ଧ ବାଉଁଶୁଣୀ ବହିଆ ଛକ ନିକଟରେ ଭୋର ସମୟରେ ଟ୍ରକ୍ ଓ ବୋଲେରୋ ମଧ୍ୟ ମୁହାଁମୁହିଁ ଧକ୍କା ହୋଇଛି । ଟ୍ରକଟି ସୋନପୁରରୁ ବୌଦ୍ଧ ଅଭିମୁଖେ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ବୋଲେରୋ ସହିତ ଧକ୍କା ହୋଇଥିଲା । ଫଳରେ ବୋଲେରୋରେ ଥିବା ଯାତ୍ରୀ ଗୁରୁତର ଆହତ ହୋଇଥିଲେ ।
ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବାଉଁଶୁଣୀ ମେଡିକାଲରେ ଭର୍ତ୍ତି କରିଛନ୍ତି। ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/b-7.jpg)