ଫୁଲବାଣୀ : ଫୁଲବାଣୀ ଓ ବୌଦ୍ଧ ରାସ୍ତା ରାଣୀପଥର ଘାଟିରେ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି । ତାମିଲନାଡୁରୁ ବିଦ୍ୟୁତ ପୋଲ ଧରି ଫୁଲବାଣୀ ଆଡକୁ ଆସୁଥିବା ଲମ୍ବା ବଡ ଟ୍ରକ ଭାରସାମ୍ୟ ହରାଇ ଘାଟିରେ ଏକ ଗଛରେ ପିଟି ହୋଇଥିଲା। ଏଥିରେ ଚାପି ହୋଇ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଚାରିଛକ ଅଗ୍ନିଶମ କର୍ମଚାରୀଙ୍କ ସହ ସଦର ପୁଲିସ କ୍ରେନ ଲଗାଇ ଉଦ୍ଧାର କରିବାକୁ ବହୁ ଉଦ୍ୟମ କରିଛି। ରାତି ହୋଇ ଯିବାରୁ ମୃତକଙ୍କକୁ ଉଦ୍ଧାର କରିବା ସମ୍ଭବ ହୋଇ ପାରି ନାହିଁ। ଛୋଟ କ୍ରେନ କାମ ଦେଉନି। ବଡ କ୍ରେନ ଯୋଗାଡ କରାଯାଉଛି। ଆସନ୍ତାକାଲି ଉଦ୍ଧାର କାର୍ଯ୍ୟ ହେବ ବୋଲି ସଦର ଥାନାଧିକାରୀ ଆଦିତ୍ୟ କୁମାର ସେଠୀ କହିଛନ୍ତି। ହେଲେ ଚାପି ହୋଇ ଟ୍ରକର ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଥିବା ପୁଲିସ ସନ୍ଦେହ କରୁଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp