ବୌଦ୍ଧ  :  ବାଇକକୁ ପିଟିଲା ଟ୍ରକ, ୨ ମୃତ

ବୌଦ୍ଧ  : ବୌଦ୍ଧ ଜିଲା ବାଉଁଶୁଣୀ ଥାନା ଅନ୍ତର୍ଗତ ସିଙ୍ଗାରୀ ଗ୍ରାମ ନିକଟରେ ୫୭ ନଂ ଜାତୀୟ ରାଜପଥ ଉପରେ ଆଜି ହୋଇଥିବା ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏକ ବାଇକ ଉପରେ ଟ୍ରକ ଚଢ଼ିଯିବା ଫଳରେ ଘଟଣାସ୍ଥଳରେ ଜୁରାମୁଣ୍ଡା ଗ୍ରାମର ସୁଧିର ଦାସ ଏବଂ ତାଙ୍କ ୫ ବର୍ଷୀୟ ପୁତ୍ରର ମୃତ୍ୟୁ ହୋଇଛି । ବାଇକରେ ବସିଥିବା ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି , ତାଙ୍କୁ ବାଉଁଶୁଣୀ ମେଡିକାଲରେ ଚିକିତ୍ସା କରାଯାଉଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

ମିଳିଥିବା ଖବର ଅନୁସାରେ ସୋନରପୁରରୁ ବୌଦ୍ଧ ଅଭିମୁଖେ ଯାଉଥିବା ଏକ ଦୃତଗାମୀ ଟ୍ରକ୍ ଢାବା ନିକଟରେ ଏହି ବାଇକକୁ ଧକ୍କା ଦେଇଥିଲା ।  ଦୁର୍ଘଟଣା ଘଟାଇ ଫେରାର ହୋଇଯାଉଥିବାବେଳେ ତାଳସରଡା ନିକଟରେ ଏହି ଟ୍ରକ ଆଉ ଏକ ଇଣ୍ଡିକା ଗାଡିକୁ ଧକ୍କା ଦେଇଥିଲା । ତେବେ ସାହାଜପାଲରେ ତାକୁ ଅଟକ୍ ରଖାଯାଇଥିବା ସୂଚନା ରହିଛି ।

ସମ୍ବନ୍ଧିତ ଖବର