ଜହ୍ନାପଙ୍କ: ବୁଧବାର ଅତିରିକ୍ତ ଜିଲ୍ଲା ଜଜ୍ ରୂପଶ୍ରୀ ଚୌଧୁରୀ ଏକ ନାବାଳିକା ଅପହରଣ ମାମଲାର ବିଚାର କରି ଅଭିଯୁକ୍ତ ବୌଦ୍ଧ ଜିଲ୍ଲା କଙ୍କଲା ଗାଁର ଦେବବ୍ରତ ବେହେରାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୨୦୧୪ ମସିହା ଫେବ୍ରୁଆରି ୨୭ ତାରିଖରେ ଦେବବ୍ରତ ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତାଙ୍କ ମା’ ବାଉଁଶୁଣି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏହି ମାମଲାରେ ଦେବବ୍ରତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଜଜ୍ ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ନାବାଳିକା ଅପହରଣ ଅଭିଯୋଗରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
/sambad/media/post_attachments/wp-content/uploads/2017/11/5-yr-old-rape-1.jpg)