ବୌଦ୍ଧ: ବୌଦ୍ଧ ବ୍ଳକ ବାଉଁଶୁଣିସ୍ଥିତ ସଂସ୍କାର ଜୁନିୟର କଲେଜ ଅଧ୍ୟକ୍ଷଙ୍କୁ ଗିରଫ ଦାବିରେ ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଗତ ୨୦ ତାରିଖଠାରୁ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣାରେ ବସିଥିବା ବେଳେ ଗୁରୁବାର ଜିଲ୍ଲାପାଳଙ୍କ ଅଫିସ୍କୁ ଘେରାଉ କରିଥିଲେ। ପରେ ଉପ-ଜିଲ୍ଲାପାଳ ଏନ୍. ସି ଜ୍ୟୋତିରଂଜନ ନାଏକ ଧାରଣାସ୍ଥଳକୁ ଆସି ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଅଭିଭାବକ ଓ ପିଲାମାନେ ଉଠିଥିଲେ।
ସଂସ୍କାର କଲେଜର ୬୫ଜଣ ଯୁକ୍ତଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଆଡ୍ମିଟ୍ କାର୍ଡ ନ ଆସିବାରୁ ପରୀକ୍ଷା ଦେଇ ପାରି ନଥିଲେ। କଲେଜ ଅଧ୍ୟକ୍ଷଙ୍କ ଅବହେଳାରୁ ସେମାନଙ୍କ ମୂଲ୍ୟବାନ ୨ବର୍ଷ ବୃଥା ଯିବା ଓ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରି ସ୍କୁଲରେ ଭଙ୍ଗାରୁଜା କରିଥିଲେ। ପୁଲିସରେ ଏତଲା ଦେଇଥିଲେ। ଏ ନେଇ କୌଣସି ପଦକ୍ଷେପ ନିଆନଯିବାରୁ ସେମାନେ ୨୦ରୁ ଧାରଣାରେ ବସିଥିଲେ। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଓପନ ସ୍କୁଲିଂ ବ୍ୟବସ୍ଥାରେ ପିଲାଙ୍କୁ ପରୀକ୍ଷା ଦେବାର ବ୍ୟବସ୍ଥା କରିବା ପାଇଁ ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ଉଠିଥିଲେ। ସଂସ୍କାର କଲେଜର ଅଧ୍ୟକ୍ଷ ସୁରେନ୍ଦ୍ର ମେହେରଙ୍କୁ ଗିରଫ କରି ଟଙ୍କା ଫେରି ପାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ।
ସଂସ୍କାର କଲେଜ ମାମଲା:ପ୍ରତିଶ୍ରୁତି ପରେ ଅନଶନରୁ ଓହରିଲେ ଛାତ୍ରଛାତ୍ରୀ
/sambad/media/post_attachments/wp-content/uploads/2018/03/baudh23.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)