ପିକ୍‌ଅପ୍‌ ଗାଡ଼ି ଦୁର୍ଘଟଣା, ୨ ଗୁରୁତର

ଚାରିଛକ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ମାର୍ଡିଙ୍ଗ ନିକଟରେ ବୁଧବାର ରାତିରେ ଏକ ବାଇଗଣ ବୋଝେଇ ପିକଅପ୍‌ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଗାଡ଼ିର ଡ୍ରାଇଭର ଥନାପତି (୩୦) ଓ ହେଲପର୍‌ କିଶୋର ହାତୀ (୨୭) ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତ ଡ୍ରାଇଭର ପରମେଶ୍ୱର ଓ ହେଲପର୍‌ କିଶୋରଙ୍କୁ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାକୁ ନେଇଥିଲେ।

ସମ୍ବନ୍ଧିତ ଖବର