ହରଭଙ୍ଗା ଜାତୀୟ ରାଜପଥରେ ବାଇକ୍‌ ଦୁର୍ଘଟଣାରେ ଯୁବକ ଆହତ

ହରଭଙ୍ଗା:  ହରଭଙ୍ଗା ବ୍ଲକ ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା ଅନ୍ତର୍ଗତ ମାର୍ଦିଙ୍ଗ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗତକାଲି ଅପରାହ୍ନରେ ଗୋଟିଏ ବାଇକ ଦୁର୍ଘଟଣା ଘଟି ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି l

 

ମିଳିଥିବା ସୂଚନା ଅନୁଯାୟୀ ମାର୍ଦିଙ୍ଗଠାରେ ଗତକାଲି ଅପରାହ୍ନରେ କନ୍ଧମାଳ ଜିଲ୍ଲା ଖଜୁରିପଡା ଗ୍ରାମର ରାମକୃଷ୍ଣ ବେହେରା (୩୦) କୌଣସି କାମରେ ଚାରି ଛକ ଆସିଥିଲେ। ସେ  ଓଡି ୧୨ଏ ୯୨୫୭ ନମ୍ବର୍ ବିଶିଷ୍ଟ ତାଙ୍କ ବାଇକରେ ଘରକୁ ଫେରୁଥିଲେ। ତେବେ ଫେରିବା ବାଟରେ ମାର୍ଦିଙ୍ଗ ନିକଟରେ ହଠାତ ଭାରସାମ୍ୟ ହରାଇ ରାମକୃଷ୍ଣ ରାସ୍ତା ପାର୍ଶ୍ବ ଏକ ଗଛକୁ ଧକ୍କା ଦେଇ ପଡି ଯାଇଥିଲେ। ବାଇକ୍‌ରୁ ତଳେ ପଡ଼ିଯିବା ପରେ ରାମକୃଷ୍ଣ ଗୁରୁତର ଆହତ ହୋଇଥିଲେ। ସୂଚନା ପାଇ ହରଭଙ୍ଗା ଅଗ୍ନିଶମ ସେବା ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଛି।

ସମ୍ବନ୍ଧିତ ଖବର