ହରଭଙ୍ଗା/ପୁରୁଣାକଟକ: ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ହରେକୃଷ୍ଣପୁର ଛକ ନିକଟରେ ଟ୍ରକ୍ ସହ ବାଇକର ଧକ୍କା ହେବା ଫଳରେ ଆରୋହୀଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ଗୁରୁବାର ସନ୍ଧ୍ୟା ୬ଟା ସମୟରେ ଏକ ଟ୍ରକ ସହ ଗୋଟିଏ ବାଇକ ଧକ୍କା ହେବା ଫଳରେ ଜଣେ ବାଇକ ଆରୋହୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାଯାଇଛି।

Advertisment

ପ୍ରାପ୍ତ ସୂଚନା ମତେ ଆଜି ସନ୍ଧ୍ୟା ସମୟରେ ଏକ ବାଇକ (ଓଡି୨୭ ଏ ୫୮୨୪) ଯୋଗେ ହରଭଙ୍ଗା ବ୍ଲକ ଦେବଗଡ଼ ଗ୍ରାମର ପ୍ରଶାନ୍ତ ନାୟକ ଏବଂ ବୋୖଦ୍ଧ ବ୍ଲକ ଜଗତି ଗ୍ରାମର ନାଥ ମିର୍ଦ୍ଧା ନାମକ ତାଙ୍କର ଜଣେ ସମ୍ପକୀୟ ପୁରୁଣା କଟକ ପଟୁ ବୋୖଦ୍ଧ ଆଡ଼କୁ ଆସୁଥିବା ବେଳେ ଏକ ଟ୍ରକ ସହ ଧକ୍କା  ହୋଇଥିଲେ। ଫଳରେ ଘଟଣାସ୍ଥଳରେ ନାଥ ମିର୍ଦ୍ଧାଙ୍କ ମୃତ୍ୟୁ ହୋଇଥିଲା। ପ୍ରଶାନ୍ତ ନାୟକ ଗୁରୁତର ହୋଇଥିଲେ।  ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଆହତ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୋୖଦ୍ଧ ଡାକ୍ତର ଖାନା ପଠାଇଥିଲେ। ମୃତଦେହକୁ ଆଜି ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାଯାଇଛି।