ବୌଦ୍ଧ: କଂସବଧ ସହ ଶେଷ ହୋଇଛି ବୌଦ୍ଧ ଧନୁଯାତ୍ରା। କଂସକୁ କୃଷ୍ଣ ଓ ବଳରାମଙ୍କ ମଥୁରା ନଗରୀକୁ ଆଗମନର ବାର୍ତ୍ତା ଅକ୍ରୁର ଦେଇଛନ୍ତି। ବାର୍ତ୍ତା ଶୁଣଇ କଂସ ଆନନ୍ଦିତ ହୋଇଉଠିଛି। କପଟତା କରି ଆୟୋଜନ କରିଥିବା ମିଛ ଧନୁଯାତ୍ରା ସଫଳ ହୋଇଥିବାରୁ ଆଶ୍ବସ୍ତ ​ହୋଇଛି। ଏବେ ପରମ ଶତ୍ରୁ କୃଷ୍ଣଙ୍କୁ ମାରିବା ସହଜ ହେବ। ତେଣୁ କୃଷ୍ଣଙ୍କୁ ହତ୍ୟା କରିବାର ଯୋଜନା ପ୍ରସ୍ତୁତ କରିଛି।
ଅନ୍ୟପକ୍ଷରେ କୃଷ୍ଣ ଓ ବଳରାମ କଂସ ମାମୁଙ୍କୁ ସାକ୍ଷାତ କରିବାକୁ ଯାଇଛନ୍ତି। ଯିବା ବାଟରେ କଂସର ପୂଜା ମଣ୍ଡପରେ ଥିବା ଶିବଧନୁକୁ ​ଧରି କୃଷ୍ଣ ଅନାୟସରେ ଭାଙ୍ଗି ଦେଇଛନ୍ତି। ଏହା କଂସକୁ ବିଚଳିତ କରିବା ସହ କ୍ରୋଧକୁ ଦ୍ବିଗୁଣିତ କରିଛି। ଶ୍ରୀକୃଷ୍ଣ ରଜକ ବଧ କରିବା ସହ କୁବୁଜା ଓ ସୁଦାମା ମାଳିକୁ ଉଦ୍ଧାର କଲା ପରେ ଧନୁଯାତ୍ରା ଆଡ଼କୁ ଅଗ୍ରସର ହୋଇଛନ୍ତି। ଦ୍ବାରଦେଶରେ କୁବଳୟା ହସ୍ତୀ ଓ ଅଷ୍ଟମଲ୍ଲ ପଥରୋଧ କରି କୃଷ୍ଣଙ୍କ ହାତରେ ମୃତ୍ୟୁବରଣ କରିଛନ୍ତି। ଏହି ଦୃଶ୍ୟ କଂସକୁ ମର୍ମାହତ କରିଛି। କୃଷ୍ଣଙ୍କୁ ସାମ୍ନା କରିବାରେ ଅସମର୍ଥ ହୋଇ ମଞ୍ଚରୁ ପଡ଼ି ମୃତ୍ୟୁ ​ହୋଇଛି। ଉଗ୍ରସେନଙ୍କୁ ରାଜା ଭାବରେ ପୁନର୍ବାର ଅଭିଷିକ୍ତ କରାଯାଇଛି। ତାଙ୍କ ଆଦେଶରେ ବସୁଦେବ ଓ ଦେବକୀ କାରାମୁକ୍ତ ହୋଇଛନ୍ତି। ଶେଷ ଦିନରେ ଅନୁଷ୍ଠିତ ମୁକ୍ତାକାଶ ଅଭିନୟରେ କଂସର ରଥ ବୁଟୁପାଲିରୁ ବାହାରିଥିବା ବେଳେ ମଦନମୋହନ ମନ୍ଦିରରୁ କୃଷ୍ଣ-ବଳରାମଙ୍କ ରଥ ବାହାରିଥିଲା।
ମଦନମୋହନ ନାଟ୍ୟ କଳା ପରିଷଦ ଆନୁକୂଲ୍ୟରେ ଭୈରବୀ ପଡ଼ିଆ ମଞ୍ଚରେ ନାଟ୍ୟାଭିନୟ ହୋଇଥିଲା। ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ରଚିତ ଓ ନିର୍ଦ୍ଦେଶକ ଦେବାଙ୍ଗନ ମେ​ହେର ଓ ସହ ନିର୍ଦ୍ଦେଶକ ବିଶ୍ବରଞ୍ଜନ ସାହୁଙ୍କ ନିର୍ଦ୍ଦେଶନାରେ ପରିଷଦର ବଛାବଛା କଳାକାର ଅଭିନୟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/7bcf9f10-8936-49fc-908c-38e3286e68d3.jpeg)