ବୌଦ୍ଧ: ରବିବାର ପ୍ରତ୍ୟୁଷରେ ହରଭଙ୍ଗା ଥାନା ଅନ୍ତର୍ଗତ ଭେଜିଗୋରା ଗାଁ’ରେ ନିଆଁ ଲାଗିଯିବାରୁ ୪ଟି ପରିବାରର ୬ଟି ଘର ପୋଡ଼ି ନଷ୍ଟ ହୋଇଯାଇଛି।
ନିଆଁର ପ୍ରଭାବରେ ଘରେ ଥିବା ସମସ୍ତ ଆସବାବପତ୍ର ଏବଂ ଧାନ ଚାଉଳ ପୋଡ଼ି ଆଦି ଅଙ୍ଗାର ହୋଇ ଯାଇଛି। ସନ୍ତୋଷ ଦେହୁରିଙ୍କ ୨ଟି ପରିବାରର ୩ ବଖରା ଘର ନଷ୍ଟ ହୋଇଯାଇଛି।
ଖବର ପାଇ ହରଭଙ୍ଗା ଦମକଳ ବାହିନୀ ଘଟନାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ। ଅଗ୍ନିକାଣ୍ଡରେ ପୀଡ଼ିତ ପରିବାରବର୍ଗଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
ବିଜୁଳି ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଛି ବୋଲି କୁହାଯାଉଛି।
ବୌଦ୍ଧ: ଭେଜିଗୋରା ଗାଁ’ରେ ଘରପୋଡ଼ି
/sambad/media/post_attachments/wp-content/uploads/2019/01/hf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)