ବୌଦ୍ଧ: ଶୁକ୍ରବାର ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ପରିସରରେ କର୍କଟ ରୋଗ ଓ୍ଵାର୍ଡକୁ ବାଚସ୍ପତି ପ୍ରଦୀପ ଅମାତ ଉଦ୍ଘାଟନ କରିଛନ୍ତି। ସେହିପରି ବୌଦ୍ଧ ମହୋତ୍ସବ ପଡ଼ିଆରେ ନିର୍ମାଣ ଶ୍ରମିକଙ୍କୁ ସାଇକେଲ ବଣ୍ଟନ କରାଯାଇଥିଲା। ପରେ ହରଭଙ୍ଗା ବ୍ଲକର ଲାଣ୍ଡିବନ୍ଧ ଠାରେ ଆର୍ଏସ୍ଇଟିଆଇ ନୂତନ କୋଠାକୁ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ ମହୀଧର ରଣା, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇ, ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ତରଣୀସେନ ନାୟକ, ପିଡି ଡିଆରଡିଏ ରାଜେନ୍ଦ୍ର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତି ରଂଜନ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସଦାନନ୍ଦ ମିଶ୍ର, ଅତିରିକ୍ତ ଚିକିତ୍ସାଧିକାରୀ ରାମଚନ୍ଦ୍ର ରାଉତ, ସୁଜତା ମିଶ୍ର, ଅନୀତା ପଟ୍ଟନାୟକ, ଡିଜେଏମ ବିଜୟ ଦାସ, ଏସ୍ଡିଆର ଧୋବେଇ ପ୍ରଧାନ, ଆର୍ଏମ୍ ଶାନ୍ତନୁ ଖଣ୍ଡାଙ୍ଗା, ଏଜିଏମ କରୁଣା କର ପାଣିଗ୍ରାହୀ, ଡିପିଏମ ସୁଜିତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍କଟ ରୋଗ ଓ୍ଵାର୍ଡ ଉଦ୍ଘାଟିତ
/sambad/media/post_attachments/wp-content/uploads/2018/01/baudh6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)