ଚାରିଛକ/ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର କଖାରୁଫାଳ ନିକଟରେ ବୁଧବାର ଭୋର୍ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯାଇଛି। ରାସ୍ତା କଡ଼ରେ ଥିବା ଏକ ଗଛକୁ କାର୍ (ଓଡି ୨୭ ଏ ୩୪୫୬) ଧକ୍କା ଦେବାରୁ ଏଥିରେ ଥିବା କଣ୍ଟାମାଳର ଯୁବ ବ୍ୟବସାୟୀ ବିଜୟ ଗୁପ୍ତା (୨୮)ଙ୍କ ମୃତ୍ୟୁ ଘଟିଛି। ଏଥି ସହିତ ତାଙ୍କ ପତ୍ନୀ ପ୍ରିୟା ଗୁପ୍ତା(୨୩), ଭଉଣୀ ସବିତା ଗୁପ୍ତା (୨୦) ଓ ଅନ୍ୟ ଜଣେ ଦିଲୀପ ସାହୁ(୩୫) ଗୁରୁତର ଆହତ ହୋଇଛନ୍ତି।
ମଙ୍ଗଳବାର ବିଳମ୍ବିତ ରାତିରେ ପୁରୀରୁ ଉକ୍ତ କାର୍ରେ ବିଜୟ ତାଙ୍କ ପରିବାର ସହିତ ନିଜ ଘର କଂଟାମାଳ ଫେରୁଥିଲେ। ଭୋର୍ରେ କଖାରୁଫାଳ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ବାଡ଼େଇ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଗାଡ଼ି ଚଳାଉଥିବା ବିଜୟଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ପତ୍ନୀ ପ୍ରିୟାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭୁବନେଶ୍ୱର ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସବିତା ଏବଂ ଦିଲୀପଙ୍କୁ ବୌଦ୍ଧ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମୃତ ବିଜୟ କଂଟାମାଳ ବଣିକ ସଂଘ ସଂପାଦକ ଥିଲେ। ତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ସମଗ୍ର କଂଟାମାଳ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟକୁ ନେଇ ବୁଧବାର କଂଟାମାଳରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା।
ରାସ୍ତାକଡ଼ ଗଛକୁ ପିଟିଲା କାର୍:ଯୁବ ବ୍ୟବସାୟୀ ମୃତ, ୩ ଗୁରୁତର
/sambad/media/post_attachments/wp-content/uploads/2018/04/baudh-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)