ଭୁବନେଶ୍ବର : ବୌଦ୍ଧ ଜିଲ୍ଲା ପୁରୁଣା କଟକରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ବୁରୁଗୁଡ଼ା ଗାଁରେ ଥିବା ଏକ ପାହାଡ଼ି ନାଳକୁ ଗାଧୋଇବାକୁ ଯାଇଥିବା ଏକ ୫ ବର୍ଷର ଶିଶୁର ଗୋଡ଼ ପଥର ସନ୍ଧିରେ ଫସିଯିବାରୁ ସେ ଗତ କିଛି ଘଣ୍ଟ ଧରି ସେଠାରେ ଅଟକି ରହିଛି । ବହୁ ଚେଷ୍ଟା ପରେ ବି ଗୋଡ଼ ନବାହାରିବାରୁ ଓଡ୍ରାଫ ଟିମକୁ ଡକାଯାଇଥିଲା । ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରିବାକୁ ଉଦ୍ୟମ କରୁଛି । ତେବେ ଏପର୍ଯନ୍ତ ସଫଳତା ମିଳିପାରିନାହିଁ ।