ତିଲେଶ୍ୱର: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଲୁଣିବାହାଲ ଲଇଗାଁ ଛକ ନିକଟରେ ଏକ ସାର ବୋଝେଇ ଟ୍ରକ୍ ଓଲଟି ପଡ଼ିଥିବାର ଜଣାପଡ଼ିଛି। ବୌଦ୍ଧ ପଟୁ ଲୁଣିବାହାଲ ଆଡ଼କୁ ଆସୁଥିବା (ଓଡି୦୨ବିଡି-୩୦୦୧) ୪୦୭ ଗାଡିର ପଛ ଛକ ଫାଟି ଯିବାରୁ ଲଇଗାଁ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖବର ପାଇ ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।
ସାର ବୋଝେଇ ଟ୍ରକ୍ ଓଲଟିଲା
/sambad/media/post_attachments/wp-content/uploads/2018/07/baudh-1.jpg)