ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାଇପାସ ରାସ୍ତା କଡ଼ ଏକ ପୋଲ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ଚିତ୍ତରଞ୍ଜନ ନାଏକ। ସେ ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବା ବେଳେ ମନମୁଣ୍ଡା ନିକଟ ଦେଉଳି ଗାଁରେ ଭଡ଼ାରେ ରହୁଥିବା ଜଣାଯାଇଛି।
/sambad/media/post_attachments/wp-content/uploads/2022/12/eb2d09b0-668e-47f0-bb8b-d99be7b3081d.jpg)
ଆଜି ସକାଳୁ ରାସ୍ତାକଡ଼ ଏକ ପୋଲ ତଳୁ ତାଙ୍କ ମୃତଦେହ ଠାବ କରାଯାଇଥିବା ବେଳେ ପୋଲ ଉପରୁ ମଦ ବୋତଲ ଓ ଗ୍ଲାସ ସହ ମୋବାଇଲ ପାୱାରବ୍ୟାଙ୍କ ଓ ବାଇକ ରଖାଯାଇଛି। ଖବର ପାଇ ମନମୁଣ୍ଡା ପୁଲିସ ଶବ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/1f47f7ee-0b7f-4150-bd4c-9b3964a8cf74.jpg)