ପୁରୁଣା କଟକ: ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅନ୍ତର୍ଗତ ଭୈରବୀ ଜୁନିଅର କଲେଜ ପାର୍ଶ୍ୱ ରେଷ୍ଟ ହାଉସଠାରେ ଏକ ଅଜଣା ବ୍ୟକ୍ତିର ଶବ ଉଦ୍ଧାର ହୋଇଥିବା ସୂଚନା ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ପ୍ରାୟ ତିନି ଚାରି ଦିନ ହେଲା ପୁରୁଣା କଟକ ସଦର ମହାକୁମାସ୍ଥିତ ଭୈରବୀ ଜୁନିଅର କଲେଜ ପାର୍ଶ୍ୱ ରେଷ୍ଟ ହାଉସଠାରେ ରେଷ୍ଟ ହାଉସଠାରେ ଜଣେ ଅଜଣା ବ୍ୟକ୍ତି ବସିରହୁଥିଲା। ଆଜି ସକାଳୁ ସେହି ବ୍ୟକ୍ତିର ମୃତଦେହ ରେଷ୍ଟ ହାଉସ ଭିତରେ ପଡ଼ିଥିବା ସ୍ଥାନୀୟ ଲୋକମାନେ ଦେଖି ପୁରୁଣା କଟକ ପୁଲିସକୁ ଖବର ଦେଇଥିଲେ। ପୁରୁଣା କଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି। ଏ ପର୍ଯ୍ୟନ୍ତ ମୃତ ବ୍ୟକ୍ତିର ପରିଚୟ ମିଳିପାରିନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Untitled-8.png)