ମହାନଦୀର ନିର୍ମାଣଧୀନ ମର୍ଜାକୂଦ ବ୍ରିଜ ନିକଟରୁ ଅଜଣା ଗଳିତ ମୃ‌ତଦେହ ଉଦ୍ଧାର

ବୌଦ୍ଧ: ବୌଦ୍ଧସ୍ଥିତ ମହାନଦୀର ନିର୍ମାଣଧୀନ ମର୍ଜାକୂଦ ବ୍ରିଜ ନିକଟରୁ ବୁଧବାର ଏକ ଅଜଣା ଗଳିତ ମୃ‌ତଦେହ ଉଦ୍ଧାର ହୋଇଛି। ଅର୍ଧଦଗ୍ଧ ଅବସ୍ଥାରେ ମିଳିଥିବା ଏହି ମୃତ ଶରୀରର କେବଳ କଙ୍କାଳ ଦେଖିବାକୁ ମିଳିଛି।

ଏ ନେଇ ବୌଦ୍ଧ ଥାନାଧିକାରୀ ତପସ୍ୱିନୀ କହଁର କହିଛନ୍ତି, ‘ଯେହେତୁ ଉଦ୍ଧାର କଙ୍କାଳର କିଛି ଅଂଶ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି। ଅନୁମାନ କରାଯାଉଛି ଯେ କୌଣସି ମୃତ ବ୍ୟକ୍ତିକୁ ପୋଡ଼ା ଯାଉଥିବା ବେଳେ ତାହା ଅଧ ପୋଡ଼ା ରହିଯାଇଥିଲା ଓ ପରବର୍ତ୍ତୀ ସମୟରେ ନଦୀର ଜଳ ପ୍ରବାହରେ ଭାସି ଯାଇଛି।

ତେବେ ଉଦ୍ଧାର ହୋଇଥିବା ଗଳିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟରୁ ଅନ୍ୟ ତଥ୍ୟ ସ୍ପଷ୍ଟ ହୋଇପାରିବ ବୋଲି ତପସ୍ୱିନୀ କହଁର କହିଛନ୍ତି।

ସମ୍ବନ୍ଧିତ ଖବର