ସିନ୍ଧେକେଲା: ସିନ୍ଧେକେଲା ଥାନା ନିମୁର୍ଲା ଗାଁର ନୀଳମଣି ଶବର (୨୩)ଙ୍କ ଶବ ତାଙ୍କ ଜମିରେ ଥିବା ଏକ ଗଛରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ପରିବାର ଲୋକଙ୍କଠାରୁ ଖବର ପାଇ ସିନ୍ଧେକେଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ତଦନ୍ତ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହେବ ବୋଲି ସିନ୍ଧେକେଲା ଥାନାଧିକାରୀ ରଞ୍ଜନ ବରିହା କହିଛନ୍ତି। ନୀଳମଣି ନିକଟସ୍ଥ ଗଞ୍ଜିଆପଡା ଗାଁ ସ୍କୁଲରେ ଜଣେ ଶିକ୍ଷା ସହାୟକ ଭାବେ କାର୍ଯ୍ୟରତ ଥିଲେ।
ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର
/sambad/media/post_attachments/wp-content/uploads/2018/01/Suicide1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)