ମାଓବାଦୀ ନାଁରେ ଚାନ୍ଦା ଆଦାୟ ଘଟଣା:ଅଭିଯୁକ୍ତଙ୍କୁ ୭ବର୍ଷ କାରାଦଣ୍ଡାଦେଶ

-

ବୌଦ୍ଧ,: ମାଓବାଦୀ ନାମରେ ଧମକପୂର୍ଣ୍ଣ ଚିଠି ଦେଇ ଜଣେ ଜିଆର୍‌ଏସ୍‌ଙ୍କରୁ ଚାନ୍ଦା ଆଦାୟ କରି ପୁଲିସ ହାତରେ ଧରାପଡ଼ିଥିବା ବାଣିଗୋଛା ଥାନା କୁଲୁରୁକୁମ୍ପା ଗାଁର ସୁରଥ ନାଏକ(୩୦)ଙ୍କୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ରୂପଶ୍ରୀ ଚୌଧୁରୀ ୭ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥି ସହ ୨୦ ହଜାର ଟଙ୍କା ଜରିମାନା ବି ଆଦେଶ ଦେଇଛନ୍ତି।
ଅଭିଯୁକ୍ତ ସୁରଥ ତଳଗାଁର ଜିଆର୍‌ଏସ୍‌ ଜ୍ୟେତି ରଂଜନ ସାହୁଙ୍କୁ ଗତ ତା୫/୧୨/୧୬ ରିଖରେ ମାଓବାଦୀ ନାମରେ ୧୦ଲକ୍ଷ ଟଙ୍କା ଚାନ୍ଦା ମାଗିଥିଲା। ଜିଆର୍‌ଏସ୍‌ ଶ୍ରୀ ସାହୁ ଏହାକୁ ଗୁରୁତ୍ୱ ନଦେବାରୁ ପୁଣି ତା୧୧/୧୨/୧୬ରେ ମାଓବାଦୀ ନାମରେ ଜୀବନରେ ମାରି ଦେବାକୁ ଦୁଇଟି ଚିଠି ଦେଇ ଧମକ ଦେଇଥିଲା। ଫଳରେ ଭୟରେ ଜିଆର୍‌ଏସ୍‌ ଶ୍ରୀ ସାହୁ ଉକ୍ତ ସୁରଥକୁ ଲକ୍ଷେ ଟଙ୍କା ଠିକଣା ଦେଇଥିବା ସ୍ଥାନରେ ଦେଇଆସିଥିଲେ। ପରେ ସୁରଥ ବାକି ୯ଲକ୍ଷ ଟଙ୍କା ନଦେଲେ ତାର ପରିବାର ଲୋକଙ୍କୁ ମାରିଦେବାର ଧମକ ପାଇବା ପରେ ତା ୧୮/୧୨/୧୬ରେ ଏନେଇ ଜିଆର୍‌ଏସ୍‌ ହରଭଙ୍ଗା ଥାନାରେ ଏକ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ରାଣୀସାହୀ ସ୍କୁଲ ନିକଟରୁ ସୁରଥକୁ ଗିରଫ କରିଥିଲା ଓ ତା’ ନିକଟରୁ ୮୦ହଜାର ଟଙ୍କା ମଧ୍ୟ ଜବତ କରିଥିଲା। ଏହି ମକଦ୍ଦମାର ରାୟ ଆଜି ପ୍ରକାଶ ପାଇଥିଲା। ଏହି ମକଦ୍ଦମାକୁ ସରକାରୀ ଓଳିଲ ଅରୁଣ କୁମାର ସାହୁ ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର