ବୌଦ୍ଧ: ବୌଦ୍ଧ ସହରର ବହୁଦିନର ଦାବି ତଥା ଲୋକଙ୍କ ପ୍ରତୀକ୍ଷାର ଅନ୍ତ ଘଟାଇ ବାଇପାସ ନିର୍ମାଣ ପାଇଁ ବୁଧବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବାଚସ୍ପତି ପ୍ରଦୀପ ଅମାତ ମହାନଦୀ ବ୍ରିଜ ଛକରେ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି। ମହାନଦୀ ବ୍ରିଜ ଠାରୁ ବାଇପାସ ରାସ୍ତା ଆରମ୍ଭ ହୋଇ ରଇଠାଣି ଠାରେ ସରିବ। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧୀନରେ ଆସୁଥିବା ଏହି ବାଇପାସ ରାସ୍ତା ଏଆରଏସଏସ ସଂସ୍ଥା କରିବ। ବାଚସ୍ପତି ଶ୍ରୀ ଅମାତ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରି କହିଥିଲେ ଯେ ବୌଦ୍ଧ ସହର ଦେଇ ଭାରୀ ଯାନ ବାହନ ସବୁ ଚଳାଚଳ କରୁଥିବାରୁ ଅନେକ ସମୟରେ ଟ୍ରାଫିକ୍ ସମସ୍ୟା ଦେଖାଦେଉଛି। ମାତ୍ର ବାଇପାସ ରାସ୍ତା ନିର୍ମାଣ ହୋଇଗଲା ପରେ ସହରରେ ଯାନ ବାହନ ଚଳାଚଳ ସୁବିଧାଜନକ ହେବ ବୋଲି କହିଥିଲେ। ବାଚସ୍ପତି ଶ୍ରୀ ଅମାତଙ୍କୁ ଲିପ୍ସା ଛକରୁ ଏକ ଭବ୍ୟ ଶୋଭାଯାତ୍ରାରେ ବ୍ରିଜ ଛକ ଯାଏ ନିଆଯାଇଥିଲା। ସେଠାରେ ଅନୁଷ୍ଠିତ ସଭାରେ କଣ୍ଟାମାଳ ବିଧାୟକ ମହୀଧର ରଣା, ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଡିଆର୍ଡିଏର ପିଡି ରାଜେନ୍ଦ୍ର ପଟ୍ଟନାୟକ, ଉପଜିଲ୍ଲାପାଳ ଏନ୍. ସି. ଜ୍ୟୋତିରଂଜନ ନାଏକ ପ୍ରମୁଖ ମଂଚାସୀନ ଥିଲେ। ସୀତାଂଶୁ ମହାକୁଡ଼, ସନ୍ତୋଷ ନାଏକ, ମୃତ୍ୟୁଞ୍ଜୟ ମିଶ୍ର, ବସନ୍ତ ସ୍ୱାଇଁ, ଚନ୍ଦ୍ରକାନ୍ତ ପ୍ରଧାନ ପ୍ରମୁଖ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବାଇପାସ ରାସ୍ତାର ଶୁଭ ଦେବା ପୂର୍ବରୁ ବାଚସ୍ପତି ଲିପସା ଛକରେ ରାସ୍ତା ଉପରେଏକ ବଡ଼ ବ୍ରିଜର ନିର୍ମାଣ ପାଇଁ ଶୁଭ ଦେଇଥିଲେ।
ବୌଦ୍ଧ ବାଇପାସ ପାଇଁ ଭିତ୍ତିପ୍ରସ୍ତର
/sambad/media/post_attachments/wp-content/uploads/2018/01/baudh4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)