ଘଣ୍ଟାପଡ଼ା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ପେନାଯୋର ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଏସପି ଶୁଧାଂଶୁ ଶେଖର ମିଶ୍ରଙ୍କ ନିର୍ଦେଶରେ ଶୁକ୍ରବାର କଣ୍ଟାମାଳ ଥାନା ଲମ୍ବସରୀ ପଞ୍ଚାୟତ ବଲମତୁମା ଅଞ୍ଚଳର ପେନାଯୋର ରିଜର୍ଭ ଜଙ୍ଗଲର ୩୭ ଏକର ପରିମିତ ଜଙ୍ଗଲରୁ ୧ ଲକ୍ଷ ୮୬ ହଜାର ୮୩୬ଟି ଗଛ ପୋଡ଼ି ନଷ୍ଟ କରାଯାଇଛି। ଏଥିରେ ରାଜସ୍ୱ ବିଭାଗ, ବନ ବିଭାଗର କର୍ମଚାରୀଙ୍କ ସମେତ ବୌଦ୍ଧ ଡିଏସପି ବିପିନ ବିହାରୀ ବେହେରା, କଣ୍ଟାମାଳ ଥାନା ଆଇଆଇସି ନରେଶ ପ୍ରଧାନ, ଏଏସ୍ଆଇ ସୁଶୀଳ ପଟ୍ଟନାୟକ, କନେଷ୍ଟବଳ ବିଭୂତି ରଞ୍ଜନ ବିଶ୍ୱାଳ ପ୍ରମୁଖ ସାମିଲ ଥିଲେ।
ପେନାଯୋର ଜଙ୍ଗଲରେ ଗଞ୍ଜେଇ ଗଛ ନଷ୍ଟ
/sambad/media/post_attachments/wp-content/uploads/2017/12/baudh.jpg)