ବୌଦ୍ଧ: ରବିବାର ବୌଦ୍ଧ ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇଜଣ ଅଣଓଡ଼ିଆଙ୍କୁ ଗିରଫ କରିଛି ଜିଲ୍ଲା ଅବକାରୀ ବିଭାଗ। ସେମାନଙ୍କ ଠାରୁ ଦୁଇଟି ବସ୍ତାରେ ମୋଟ ୧୦ କିଲୋଗ୍ରାମର ଗଞ୍ଜେଇ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ପଶ୍ଚିମବଙ୍ଗ ବଙ୍କୁରା ଜିଲ୍ଲା ଓନା ଥାନା ଅନ୍ତର୍ଗତ ପୁନିସୋଲ ଗାଁର ଅବଦୁଲ ସାମିନ ମଣ୍ଡଳ(୩୨) ଓ ଲାଲଚାନ୍ଦ ଖାନ(୩୦) ବୋଲି ଜଣାପଡ଼ିଛି। ଉଭୟଙ୍କୁ ଗିରଫ କରି ଦୁଇଟି ପୃଥକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏନେଇ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଗଞ୍ଜେଇ ଜବତ ୨ ଗିରଫ
/sambad/media/post_attachments/wp-content/uploads/2018/12/ganja-6.jpg)