ଗଞ୍ଜେଇ ଜବତ, ୫ ଗିରଫ

ଘଣ୍ଟାପଡ଼ା: କଣ୍ଟାମାଳ ପୁଲିସ ୪ କେଜି ୪ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଏଥିରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଘାଟି ରାସ୍ତା ଦେଇ ୩ଟି ବାଇକ୍‌ରେ ୫ଜଣ ଯୁବକ ଆସୁଥିବା ବେଳେ ପାଟ୍ରୋଲିଂ କରୁଥିବା ପୁଲିସ ସନ୍ଦେହ କରି ଅଟକାଇ ଥିଲା। ଯାଞ୍ଚ ବେଳେ ସେମାନଙ୍କଠାରୁ ୪ କେଜି ୪ଶହ ଗ୍ରାମ ଗଞ୍ଜେଇ ମିଳିଥିଲା। ଫଳରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ସେମାନେ ହେଲେ ବୌଦ୍ଧ କଣ୍ଟାମାଳ ଥାନା ପିଣ୍ତାପଦର ଗାଁର ବଂଶୀଧର ଭୋଇନା(୩୫) ଓ ବିକ୍ରମ ଭୋଇନା(୨୫), ବଡ଼ଛପାପାଲି ଗାଁର ଗୌରଶଙ୍କର ସାହୁ(୨୬) ଏବଂ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ମନମୋହନ ନାଗ(୨୪)ଓ ଡାକ୍ତର ରୋହିଦାସ(୨୫)। ସେମାନଙ୍କଠାରୁ ପୁଲିସ ଗଞ୍ଜେଇ ସହ ୩ଟି ବାଇକ୍ ଓ ୯ ହଜାର ଟଙ୍କା ଜବତ କରିଥିଲା। ଏ ନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଥିବା କଣ୍ଟାମାଳ ଆଇଆଇସି ସୁଶାନ୍ତ ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର