ତରଭା: ଗଞ୍ଜେଇ ଚାଲାଣ ଅଭିଯୋଗରେ ତରଭା ପୁଲିସ ଜଣେ ଯୁବକଙ୍କୁ ଧରି ତା’ଠାରୁ ୬ କେଜି ଗଞ୍ଜେଇ, ଗୋଟିଏ ମୋବାଇଲ ଓ ନଗଦ ୪୫୦ ଟଙ୍କା ଜବତ କରିଛି। ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ଜଣକୁ ସୋନପୁର କୋର୍ଟ ଚାଲାଣ କରିଥିବା ଆଇଆଇସି ସୁରୁବାବୁ ଛତ୍ରିଆ ପ୍ରକାଶ କରିଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ସାନଛତାପିପଲର ରତିରଂଜନ ମିଶ୍ର (୨୮) ବାଇକ୍ (ଓଆର୍୦୩-୮୩୧୮)ରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ତରଭା ଥାନା ଏସ୍ଆଇ ରବିନ୍ଦ୍ର ସାହୁ, ବିଦ୍ୟୁତ ଦେହୁରୀ, ପ୍ରଭାତ ଦାଶ, ଏଏସ୍ଆଇ ଚିତ୍ତରଂଜନ ମହାନନ୍ଦିଆ, ହୋମଗାର୍ଡ ବିଜୟ ସାହୁ ଓ ଲିଙ୍ଗରାଜ ପ୍ରଧାନ ୫୭ ନମ୍ବର ଜାତୀୟ ରାଜପଥ ବହିରଖମନ ଛକରେ ତାଙ୍କୁ ଧରିଥିଲେ।
ଗଞ୍ଜେଇ ଜବତ, ଜଣେ ଗିରଫ
/sambad/media/post_attachments/wp-content/uploads/2018/06/baudh.jpg)