ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁଲିସ ପକ୍ଷରୁ ଚାଲିଥିବା ଗଂଜେଇ ଚାଷ ନଷ୍ଟ ଅଭିଯାନରେ ବୁଧବାର ୧୧୦ ଏକର ଜମିରୁ ଗଂଜେଇ ଗଛ କଟାଯାଇ ପୋଡ଼ି ନଷ୍ଟ କରାଯାଇଛି। ଯାହାର ଅନୁମାନିକ ମୂଲ୍ୟ ୩ କୋଟିରୁ ଅଧିକ ଟଙ୍କା ହେବ ବୋଲି କୁହାଯାଉଛି। ବୌଦ୍ଧ ଥାନା ପାତାଲିପଡ଼ା ଗ୍ରାମ୍ୟ ଜଙ୍ଗଲ ଅଞ୍ଚଳରୁ ମୋଟ୍ ୨ଲକ୍ଷ ୭୪ ହଜାର ୬୫୦ଟି ଗଂଜେଇ ଗଛ କଟାଯାଇ ନଷ୍ଟ କରାଯାଇଛି। ଏସ୍ପି ଭି.ରଘୁନାଥ ରାଓଙ୍କ ନିର୍ଦ୍ଦେଶରେ ଏହି ଗଂଜେଇ ଗଛ କଟା ଅଭିଯାନ ଚାଲିଛି। ଡିଏସ୍ପି ଧିରେନ ସ୍ବାଇଁଙ୍କ ନେତୃତ୍ବରେ ଏସ୍ଆଇ ତପନ ସ୍ବାଇଁ ଏବଂ ଟିମ୍ଙ୍କ ତଦାରଖରେ ଗଂଜେଇ ଗଛ କଟାଯାଇଥିବା ଥାନା ଅଧିକାରୀ ତପସ୍ବିନୀ କହଁର ସୂଚନା ଦେଇଛନ୍ତି।
ବୌଦ୍ଧରେ ଗଂଜେଇ ଚାଷ ନଷ୍ଟ ଅଭିଯାନ, ୨. ୭୪ ଲକ୍ଷ ଗଛ କାଟି ପୋଡ଼ାଗଲା
/sambad/media/post_attachments/wp-content/uploads/2020/12/WhatsApp-Image-2020-12-02-at-22.45.53.jpeg)