ମନମୁଣ୍ଡା : ୨.୧୮ କୋଟି ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ  

ମନମୁଣ୍ଡା : ଶନିବାର ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୁଲିସ ଓ ରାଜସ୍ୱ ବିଭାଗର ମିଳିତ ଚଢ଼ଉରେ ଦପଲା ପଞ୍ଚାୟତ ସିମିଳିକଟା ଗ୍ରାମ୍ୟ ଜଙ୍ଗଲ ଓ ନିକଟ ପାହାଡ଼ର ୧୦୪ ଏକର ଜମିରେ ଲାଗିଥିବା ୩୧ ହଜାର ୧୧୯ ଗୋଟି ଗଞ୍ଜେଇ ଗଛ କାଟି ନିଆଁ ଲଗାଇ ପୋଡ଼ି ନଷ୍ଟ କରାଯାଇଛି। ନଷ୍ଟ ହୋଇଥିବା ଗଂଜେଇ ଗଛର ଆନୁମାନିକ ମୂଲ୍ୟ ୨.୧୮ କୋଟି ଟଙ୍କା ହେବ ବୋଲି ପୁଲିସ ସୂତ୍ରରୁ ସୂଚନା ଦିଆଯାଇଛି। ଏହି ଚଢ଼ଉରେ ବୌଦ୍ଧ ମୁଖ୍ୟାଳୟ ଡିଏସ୍‌ପି ଡିକେ ସ୍ୱାଇଁ, ମନମୁଣ୍ଡା ଆଇଆଇସି ଗୋପୀନାଥ ପ୍ରଧାନ, ଶଗଡ଼ା ବନ ବିଭାଗ, ରାଜସ୍ୱ ବିଭାଗ ଓ ପୁଲିସ ବାହିନୀ ସାମିଲ୍‌ ଥିଲେ।

ସମ୍ବନ୍ଧିତ ଖବର