ବୌଦ୍ଧ: ବୌଦ୍ଧ ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାଏକଙ୍କ ତତ୍ତ୍ବାବଧାନରେ ଚାଲିଥିବା ବେଆଇନ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନର ଆଜି ତୃତୀୟ ଦିନରେ ବିଭାଗ ପକ୍ଷରୁ ଆମ୍ବଝରୀ ପଞ୍ଚାୟତ କୁଚକୁର ଗାଁ ଅଭ୍ୟନ୍ତରୀଣ ଜଙ୍ଗଲରେ ୧ ଲକ୍ଷ ୪୪ ହଜାର ଗଂଜେଇ ଗଛ କଟାଯିବା ପରେ ପୋଡ଼ି ନଷ୍ଟ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୧୪ କୋଟି ୪୦ ଲକ୍ଷ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମାଜିଷ୍ଟ୍ରେଟ୍ ବିରଞ୍ଚି ଧରୁଆଙ୍କ ଉପସ୍ଥିତିରେ ଅବକାରୀ ଇନ୍ସ୍ପେକ୍ଟର ବିଜୟ ଧରୁଆଙ୍କ ନେତୃତ୍ବରେ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା ।
ବୌଦ୍ଧରେ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ, ୧ ଲକ୍ଷ ୪୪ ହଜାର ଗଛ କାଟିଲା ଅବକାରୀ ବିଭାଗ
/sambad/media/post_attachments/wp-content/uploads/2020/11/WhatsApp-Image-2020-11-26-at-20.09.41.jpeg)