ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଏକ ଦେଶୀ ବନ୍ଧୁକ କାରଖାନା ଠାବ ହୋଇଛି। ମନମୁଣ୍ଡା ପୁଲିସ୍ ଶଗଡ଼ା ଥାନା ଅନ୍ତର୍ଗତ ସିଲାଇପଡ଼ା ଗ୍ରାମରେ ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା। ପୁଲିସ ଏହି ମାମଲାରେ ବନ୍ଧୁକ କାରିଗରକୁ ଗିରଫ କରିଛି। ଏଥିସହ ୨ଟି ପିସ୍ତଲ୍ ଏବଂ ୪ଟି ଦେଶୀ ବନ୍ଧୁକ ବି ଜବତ କରିଛି ପୁଲିସ। ବନ୍ଧୁକ ତିଆରି କରିବାରେ ବ୍ୟବହୃତ ବହୁ ସାମଗ୍ରୀ ମଧ୍ୟ ଜବତ ହୋଇଛି।
ଗିରଫ ଅଭିଯୁକ୍ତ ହେଲେ ସିଲାଇପଡ଼ା ଗ୍ରାମର ଶେଷଦେବ ବିନ୍ଧାଣି। ମନମୁଣ୍ଡା ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/d5827561-e0eb-455a-b948-df0c069445ab.jpg)