ବୌଦ୍ଧ: ଆଜି ବିଶ୍ବ ମାତୃ ଦିବସ। ଶିକ୍ଷିତ ସମାଜ ମା’ଙ୍କୁ ନେଇ ଆଜି ଉତ୍ସବ ମନାଉଛି। ହେଲେ ବୌଦ୍ଧ ଜିଲ୍ଲା ସଦର ବ୍ଲକ ବଲାସିଙ୍ଗା ଗ୍ରାଗାଁରେ ଜଣେ ମା’ର ଶବ ସତ୍କାର ହୋଇ ନପାରି ପଡ଼ି ରହିଥିଲା। ଦୀର୍ଘ ୧୮ ଘଣ୍ଟା ପରେ ବୌଦ୍ଧ ସହର ବୁଟୁପାଲିର ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତିର କର୍ମକର୍ତ୍ତା ଜିଲ୍ଲା ପ୍ରଶାସନ ସହଯୋଗରେ ଶବ ସତ୍କାର କରିଛନ୍ତି।
ସୂଚନା ଅନୁସାରେ ବଲାସିଙ୍ଗା ଗ୍ରାମର ଜାତୀୟ ରାଜପଥ କଡ଼ରେ ଏକ ବିଜୁ ପକ୍କାଘରେ ଏକାକୀ ରହୁଥିଲେ ସୁଲଭ ପ୍ରଧାନ(୮୦)। ରବିବାର ସକାଳେ ତାଙ୍କ ଝିଅ ଜମ୍ବୁ ଆସି ମା’ଙ୍କୁ ମୃତ ଅବସ୍ଥାରେ ଦେଖିଥିଲେ। ଶବ ଶକ୍ତ ହୋଇ ଯାଇଥିବାରୁ ଶନିବାର ସଂଧ୍ୟାରେ ମୃତ୍ୟୁ ହୋଇଥିବା ଜମ୍ବୁ ପ୍ରକାଶ କରିଛନ୍ତି। ସେ ଏକମାତ୍ର ହୋଇଥିବା ବେଳେ ଅନ୍ୟ ଜାତିରେ ପ୍ରେମ ବିବାହ କରିଥିବାରୁ ତାଙ୍କ ମା’ଙ୍କ ଶବକୁ ଜାତି ଭାଇ ଛୁଇଁ ନଥିବା କହିଛନ୍ତି। ବୌଦ୍ଧର ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତିର କର୍ମକର୍ତ୍ତା ଖବର ପାଇ ଜିଲ୍ଲା ପ୍ରଶାସନର ସହାୟତାରେ ବୌଦ୍ଧ ରାଜଘାଟରେ ଶବ ସତ୍କାର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/56e35469-3027-41f7-a2da-3595a81dae82.jpg)