ବୌଦ୍ଧ: ଜାନୁଆରି ୨୯ ତାରିଖରୁ ମାର୍ଚ୍ଚ ୨୬ ତାରିଖ ଯାଏଁ ବୌଦ୍ଧ ଜିଲ୍ଲାରେ ମିଳିମିଳା, ରୁବେଲା ଟିକାକରଣ ଅଭିଯାନ ଆରମ୍ଭ ହେବ। ଜିଲ୍ଲାରେ ୯ ମାସରୁ ୧୫ ବର୍ଷ ଯାଏଁ ପ୍ରାୟ ୧ ଲକ୍ଷ ୨୨ ହଜାର ୪୬୦ ଜଣ ପିଲାଙ୍କୁ ଏହି ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥି ନିମନ୍ତେ ୧୨୨ ଜଣ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେବେ। ୧୦୪୪ଟି କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ସମସ୍ତ ସ୍କୁଲ, ତୃତୀୟ ଓ ଚତୁର୍ଥ ସପ୍ତାହରେ ଗ୍ରାମାଞ୍ଚଳରେ ଓ ପଞ୍ଚମ ସପ୍ତାହରେ ଟିକାକରଣରୁ ବଞ୍ଚିତ ରହିଯାଇଥିବା ସମସ୍ତ ପିଲାଙ୍କୁ ଚିହ୍ନଟ କରି ମିଳିମିଳା, ରୁବେଲା ଟିକାକରଣ କରାଯିବାର ବ୍ୟବସ୍ଥା କରାଯାଇଛି।
ଡିସେମ୍ବର ମାସରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାରେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ, ବିଦ୍ୟାଳୟ ସ୍ତରୀୟ, ବ୍ଲକସ୍ତରୀୟ, ସେବା ପ୍ରଦାନକାରୀଙ୍କୁ ସଚେତନ କରାଯାଇଛି। ଏହି କାର୍ଯ୍ୟକ୍ରମ ସଂପର୍କିତ ସମସ୍ତ ସୂଚନା ଦେବା ପାଇଁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆସନ୍ତା ୨୬ ରେ ଏନେଇ ଏକ ସାମୂହିକ ଶପଥ ପାଠ କରାଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ବୋଲି ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସଦାନନ୍ଦ ମିଶ୍ର ଓ ଏଡିଏମଓ ବନଲତା ଦେବୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/immunisation_default.jpg)