ନିରୀହ ଦମ୍ପତିଙ୍କ ଉପରେ ପୁଲିସର ଅତ୍ୟାଚାର

ବୌଦ୍ଧ: ସରସରା ଗାଁର ଏକ ଦମ୍ପତିଙ୍କୁ ପୁଲିସ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଏସ୍‌ପିଙ୍କଠାରେ ଅଭିଯୋଗ ହୋଇଛି। ସୋମବାର ରାତିରେ ସରସରା ଗ୍ରାମର ରବିନ୍ଦ୍ର ମଲ୍ଲିକ ଓ ତାଙ୍କ ସ୍ତ୍ରୀ ପଦ୍ମିନୀ ମଲ୍ଲିକ ପରିସ୍ରା କରିବା ପାଇଁ ବାହାରକୁ ବାହାରିଥିଲେ। ସେହି ସମୟରେ ପାଟ୍ରୋଲିଂ କରୁଥିବା ବୌଦ୍ଧ ଥାନା ପୁଲିସ ଗାଡ଼ି ଅଟକି ଉଭୟଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ସହିତ ସାମ୍ପୋଚରୁ କିଏ ଆସି ତୁମ ଘରେ ରହୁଛି ବୋଲି ପଚାରିଥିଲେ। ରବିନ୍ଦ୍ର ଓ ତାଙ୍କ ସ୍ତ୍ରୀ କିଛି ଜାଣି ନାହାନ୍ତି ବୋଲି କହିବାରୁ ତାଙ୍କୁ ନିର୍ଘାତ ମାଡ଼ ମାରିଥିବା ରବିନ୍ଦ୍ର ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି। ଏଥି ସହିତ ଏହି ଦମ୍ପତି ଏସ୍‌ପିଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଥିବା ରବିନ୍ଦ୍ର କହିଛନ୍ତି। ଏବିଷୟରେ ବୌଦ୍ଧ ଥାନା ଅଧିକାରୀଙ୍କୁ ବାରମ୍ବାର ଯୋଗାଯୋଗ କରାଯିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ କିମ୍ବା ଥାନାରେ ତାଙ୍କୁ ଦେଖା କରଯାଇ ପାରିନଥିଲା।
ସେହିପରି କରଡିର ବୋମା ମାଡ଼, ସମ୍ପୋଚର ଚାଷୀଙ୍କୁ ଆକ୍ରମଣ କିମ୍ବା ହରେକୃଷ୍ଣ ପୁର ଆଶ୍ରମ ବିଦ୍ୟାଳର ନିଖୋଜ ଛାତ୍ରଙ୍କ କିଛି ପତ୍ତା ପାଉନଥିବା ପୁଲିସ ଔଷଧ ବିକଳରେ ତାଟିଆ କାମୁଡ଼ୁଥିବା ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର