ଲକ୍ଷ୍ମୀପ୍ରସାଦ:ବୌଦ୍ଧଜିଲ୍ଲା ମୁର୍ଶୁଣ୍ଡୀସ୍ଥିତ ବୌଦ୍ଧ ବ୍ଲକ କାର୍ଯ୍ୟାଳୟଠାରେ ସୋମବାର ବୌଦ୍ଧ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୂତନ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଓ ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲ ଶିବିରରେ ଉପସ୍ଥିତ ରହି ଆସିଥିବା ବିଭିନ୍ନ ଅଭିଯୋଗ ଗୁଡିକର ସମାଧାନ କରୁଥିଲେ l ସେହିପରି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଧିଷ୍ଠିର ମେହେର, ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁଧର୍ମା ମଲ୍ଲିକ, ଏସ. ଡି. ପି. ଓ ଆନନ୍ଦ ଚନ୍ଦ୍ର ଡୁଙ୍ଗ ଡୁଙ୍ଗ ଓ ଅନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ, ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଗୁଡିକର ସମାଧାନରେ ସହଯୋଗ କରିଥିଲେ।

Advertisment

ଶିବିରରେ ସମୁଦାୟ ୭୦ଗୋଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା l ତନ୍ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୫୮ଟି ହୋଇଥିବା ବେଳେ ୧୨ଟି ସାମୁହିକ ଗ୍ରାମ୍ୟ ସମସ୍ୟା ଅନ୍ତର୍ଭୁକ୍ତ ଥିଲା l ସମସ୍ତ ଅଭିଯୋଗ ଗୁଡିକର ତ୍ୱରିତ ସମାଧାନ ପାଇଁ ଜ଼ିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଜଣଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଥିଲା l ନୂତନ ଜ଼ିଲ୍ଲାପାଳ ୨୯.୦୭.୨୦୨୫ରେ ବୌଦ୍ଧର  ଜ଼ିଲ୍ଲାପାଳ ଭାବରେ ଯୋଗ ଦେବା ପରେ ଏହା ଜ଼ିଲ୍ଲାପାଳଙ୍କ ବୌଦ୍ଧରେ ପ୍ରଥମ ଜନଶୁଣାଣୀ ଶିବିର l

ଜନ ଶୁଣାଣୀ ପରେ ଜ଼ିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ଜନ ଶୁଣାଣୀ ପୋର୍ଟାଲରେ ଥିବା ସମସ୍ତ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ l ଏଥିସହିତ ସମସ୍ତ ପ୍ରକଳ୍ପ ର କାମ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ l କୌଣସି ପ୍ରକାର ଭୁଲ ପାଇଁ ଅଧିକାରୀଙ୍କୁ କ୍ଷମା ଦିଆଯିବ ନାହିଁ, ଏଣୁ ସମସ୍ତେ ଠିକ ଭାବରେ କାମ କରିବା ପାଇଁ ତାଗିଦ କରିଥିଲେ l କୌଣସି କ୍ଷେତ୍ରରେ କାହାର କାମ ବକେୟା ନ ରଖିବା, ହିତାଧିକାରୀଙ୍କୁ ଠିକ ଭାବେ ସେମାନଙ୍କ ପ୍ରାପ୍ୟ ଟଙ୍କା ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ l