କେବିକେ ଯୁଗ୍ମ କମିସନରଙ୍କ ଲକ୍ଷ୍ମୀପୁର ଗସ୍ତ

ଲକ୍ଷ୍ମୀପୁର : ଆଜି ଦିନିକିଆ ଲକ୍ଷ୍ମୀପୁର  ଗସ୍ତରେ ଆସି କେବିକେ ଯୁଗ୍ମ କମିସନର ନୁପରଞ୍ଜନ ସାହୁ  ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଥମେ ଲକ୍ଷ୍ମୀପୁର ଏସଏଚଜି ତାଲିମ କକ୍ଷ ଠାରେ ବ୍ଲକର ସମସ୍ତ କନିଷ୍ଠ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ପରେ ଶିଶୁବିକାଶ କାର୍ଯ୍ୟାଳୟ ଗସ୍ତକରି ସିଡିପିଓ ଜି.ସିତାକୁମାରିଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।

ତେବେ କମିସନର କୌଣସି ଉନ୍ନତିମୁଳକ ପ୍ରକଳ୍ପସ୍ଥାନ ଗସ୍ତ ନକରି କେବଳ ବ୍ଲକ ଓ ସିଡିପିଓଙ୍କ କାର୍ଯ୍ୟାଳୟରୁ ଯେତିକି ତଥ୍ୟ ମିଳିଲା ସେତିକ ତର୍ଜମା କରିଥିଲେ ବୋଲି ଅଭିଯୋଗ ହେଉଛି ।  ବ୍ଲକରେ ଅନେକ ସମସ୍ୟା ରହିଥିବା ବେଳେ ପ୍ରକୃତ ସମସ୍ୟା ଜାଣିବା ସକାଶେ ଫିଲ୍ଡ ଭିଜିଟ୍ କରିଥିଲେ  ପ୍ରକୃତ ତଥ୍ୟ ମିଳିଥାନ୍ତା  ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଯୁଗ୍ମ  କମିସନର ଲକ୍ଷ୍ମୀପୁର ଆସିଥିବା ଖବର ପାଇ ଗଣମାଧ୍ୟମ ପ୍ରତିନିଧି ମାନେ ତାଙ୍କ ସହ ଯୋଗାଯୋଗ କରି ଗସ୍ତ ବିଷୟ ପଚାରିଥିଲେ । ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ କି ସରକାରଙ୍କ ଜନମଙ୍ଗଳ କାର୍ଯ୍ୟର ତଦାରଖ କରିବା ସକାସେ ସେ ଆସିଛନ୍ତି ଓ ମୋଟାମୋଟି ଭାବେ ବ୍ଲକରେ କାର୍ଯ୍ୟ ଠିକଠାକ୍ ଚାଲିଥିବା ପ୍ରକାଶ କରିଛନ୍ତି । ବ୍ଲକର କିଛି ଆଭ୍ୟନ୍ତରିଣ ଅଂଚଳରେ କିଛି ଅଙ୍ଗନବାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ ,ଏପରିକି ରାସ୍ତା ମଧ୍ୟ ନଥିବା ଅଭିଯୋଗ ଆସିଛି,ଯାହାକି ସରକାରଙ୍କ ଦୃଷ୍ଠି କୁ ଅଣାଯିବା ସହ ନିଜସ୍ବ ଗୃହର ବ୍ୟବସ୍ଥା କରାଯିବ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର