ଘଣ୍ଟାପଡ଼ା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଉଦ୍ୟମ କରି ଲମ୍ବସରୀ ପଞ୍ଚାୟତ ଗଡ଼ଫେସପେରଡି ଗାଁର ପ୍ରକାଶ ଜାଲ(୧୯) ଗିରଫ ହୋଇଛନ୍ତି। ସେ ଗତ ୨ତାରିଖ ଦିନ ପ୍ରକାଶ ଅପହରଣ କରିନେଇଥିଲେ। ଏନେଇ ପୀଡ଼ିତାଙ୍କ ବାପା ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିଲା। ମଙ୍ଗଳବାର ନାବାଳିକାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅପହରଣକାରୀ ପ୍ରକାଶଙ୍କୁ ପୁଲିସ ଅଟକ ରଖି ପଚରା ଉଚରା କରୁଥିବା କଣ୍ଟାମାଳ ଥାନା ଭାରପ୍ରାପ୍ତ ଥାନାଧିକାରୀ ବିଜୟ ବାରିକ ସୂଚନା ଦେଇଛନ୍ତି।
ଅପହୃତା ଉଦ୍ଧାର, ଯୁବକ ଅଟକ
/sambad/media/post_attachments/wp-content/uploads/2018/02/arrest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)