ବୌଦ୍ଧ/ପୁରୁଣାକଟକ/ଚାରିଛକ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ବରସ୍ଥିତ ଲକ୍ଷ୍ମୀ ନାଳରେ ଗତ ଦୁଇ ଦିନରେ ଦୁଇଟି ଜୀବନ ଅକାରଣରେ ଗଲାଣି। ଗତ ଶନିବାର ଲକ୍ଷ୍ମୀନାଳରେ ମୁଥରା ସାହୁ(୬୫)ଙ୍କ ମୃତ୍ୟୁ ହୋଇଥିବା ବେଳେ ରବିବାର ତିଲେଶ୍ବରରେ ରହୁଥିବା ଦହିବରା ବିକାଳି ଜୟକୃଷ୍ଣ ରାଉତ(୬୭)ଙ୍କ ମୃତ୍ୟୁ ହୋଇଛି। ଆଜି ଶ୍ରୀ ରାଉତ ଗାଧୋଇବାକୁ ଲକ୍ଷ୍ମୀନାଳକୁ ଯାଇଥିଲେ। ମାତ୍ର ସେ ଆଉ ପାଣିରୁ ବାହାରି ନପାରି ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଏ ସ˚ପର୍କରେ ପୁରୁଣାକଟକ ଥାନାକୁ ଖବର ଦେଇଥିଲେ। ଜୟକୃଷ୍ଣଙ୍କ ପରିବାର ପାଖରେ ଗାଡ଼ି ଭଡ଼ା ପାଇଁ ଅର୍ଥଭାବ ଥିବାରୁ ବହୁ ସମୟ ପର୍ଯ୍ୟନ୍ତ ପୁଲିସ୍ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ନଥିଲା। ମାତ୍ର ଏହି ଘଟଣାରେ ପୁଲିସ୍ ମନ୍ଥରତା ସ୍ଥାନୀୟ ଲୋକଙ୍କ ମଧୢରେ ଅସନ୍ତୋଷ ସୃଷ୍ଟି କରିଥିଲା। ପରେ ତିଲେଶ୍ବର ଅଞ୍ଚଳର ବ୍ୟବସାୟୀମାନେ ନିଜ ମଧୢରେ ୫ ହଜାର ଟଙ୍କା ସ˚ଗ୍ରହ କରି ଶବକୁ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ନେବାକୁ ଭଡ଼ା ଗାଡ଼ି ଯୋଗାଇ ଦେଇଥିଲେ। ମୃତ ଜୟକୃଷ୍ଣଙ୍କ ନିଜ ଘର ନୟାଗଡ଼ ଜିଲ୍ଳା ଖଣ୍ତପଡ଼ା ଥାନା ଅନ୍ତର୍ଗତ କଣ୍ଟିଲୋପାଟଣା ଗାଁ ବୋଲି ଜଣାପଡ଼ିଛି। ସେ କିଛି ବର୍ଷରୁ ନିଜ ଏକ ମାତ୍ର ଝିଅକୁ ନେଇ ଏଠାରେ ରହି ଦହିବରା ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ। ଜୟକୃଷ୍ଣଙ୍କ ମୃତ୍ୟୁ ପରେ ଝିଅଟି ଅସହାୟ ହୋଇପଡ଼ିଛି। ଜିଲ୍ଲା ପ୍ରଶାସନ ଝିଅଟିକୁ ଥଇଥାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଲକ୍ଷ୍ମୀ ନାଳ ନେଲା ପୁଣି ଜୀବନ, ଦୁଇ ଦିନରେ ଦ୍ବିତୀୟ:ପାଣିରେ ବୁଡ଼ି ଦହିବରା ବିକାଳିଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2018/10/baudh1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)