‌ଭୁବନେଶ୍ବର: ବୌଦ୍ଧ ଜିଲ୍ଲାର ମନମୁଣ୍ଡା ପୁଲିସ୍‌ ଷ୍ଟେସନ୍‌ ଅଧୀନରେ ଥିବା ବନ୍ଧନଝୁଲି ନିକଟରେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ଚିତାବାଘ ଛାଲ ଜବତ କରିଛି। ଏସ୍‌ଟିଏଫ୍‌ ଟିମ୍‌ ଏହି ଚଢ଼ାଉ କରିବା ସହ ଏହି ଘଟଣାରେ ସଂପୃକ୍ତ ଥିବା ମନମୁଣ୍ଡାର ମ‌ହେନ୍ଦ୍ର ନାମକ ଅଭିଯୁକ୍ତଙ୍କୁ ଗିରଫ କରିଛି।

Advertisment

ମହେନ୍ଦ୍ରଙ୍କ ନିକଟରୁ ଚିତାବାଘ ଛାଲ ବ୍ୟତୀତ ଅନ୍ୟାନ୍ୟ ଅପରାଧୀକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଜବତ ହୋଇଥିବା ଚିତାବାଘ ଛାଲକୁ ରାସାୟନିକ ପରୀକ୍ଷା ପାଇଁ ଡେରାଡୁନ୍‌ର ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ପଠାଯିବ।

ଗତ ଏକ ବର୍ଷ ମଧ୍ୟରେ ଏସଟିଏଫ ୧୪ଟି ଚିତାବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୩ଟି ଜୀବନ୍ତ ପାଙ୍ଗୋଲିନ ଏବଂ ୫ କିଲୋଗ୍ରାମ ପାଙ୍ଗୋଲିନ ସ୍କେଲ୍‌ ଜବତ କରିଛି । ଏସ୍‌ଟିଏଫ୍‌ ୨୮ଜଣ ଅପରାଧୀଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ସମୁଦାୟ ୧୬ଟି ମାମଲା ରୁଜୁ ହୋଇଛି।