ଗଡ଼ଜାତ ଲୋକ ମହୋତ୍ସବ ୧୫ରୁ

ବୌଦ୍ଧ,: ହରଭଙ୍ଗା ବ୍ଲକ ବୀରନରସିଂପୁରରେ ରାଜ୍ୟସ୍ତରୀୟ ଗଡ଼ଜାତ ଲୋକ ମହୋତ୍ସବର ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। ଜିଲ୍ଲା କଳା ସଂସ୍କୃତି ପରିଷଦ ଓ ବୀର ନରସିଂହପୁର ପଞ୍ଚାୟତର ମିଳିତ ଅନୁକୂଲ୍ୟରେ ୧୫ ତାରିଖରେ ଏହା ଆରମ୍ଭ ହେବ। ରାଜ୍ୟ ଓ ବାହାରୁ ବିଭିନ୍ନ ସାଂସ୍କୃତିକ ଦଳ ଭାଗ ନେବେ। ଏହି ଅବସରରରେ ଜ୍ୟୋର୍ତିବିଦ୍‌ ମୃତ୍ୟୁଞ୍ଜୟ ପଣ୍ଡା, ସାମ୍ବାଦିକ କପିଳେଶ୍ୱର ପ୍ରଧାନ, ଦଣ୍ଡଗୁରୁ କପିଳ ବାହୁକ, ଶିକ୍ଷାବିତ କାହ୍ନଚରଣ ସେଠୀ ଓ ତ୍ରିଲୋଚନ ମିଶ୍ର, ସମାଜସେବୀ ରଘୁନାଥ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ପ୍ରକାଶ।

ସମ୍ବନ୍ଧିତ ଖବର