ମହାଲକ୍ଷ୍ମୀ ଜ୍ୱେଲର୍ସରୁ ଚୋରି, ଜଣେ ଗିରଫ

ବୌଦ୍ଧ: ମନମୁଣ୍ଡା ମୁଖ୍ୟ ରାସ୍ତାରେ ଥିବା ମହାଲକ୍ଷ୍ମୀ ଜ୍ୱେଲର୍ସରୁ ବୁଧବାର ସୁନା ଅଳଙ୍କାର ଚୋରି କରିଥିବା ଅଭିଯୋଗରେ ଉକ୍ତ ଦୋକାନରେ କାମ କରୁଥିବା ନିରଂଜନ ମେହେର(୨୫) ନାମକ ଯୁବକକୁ ଗିରଫ କରାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଦୋକାନ ମାଲିକ ଆକାଶ ସାହୁ ବୁଧବାର ଦୋକାନ ଖୋଲି ସୁନା ଗହଣା ହିସାବ କରିବା ବେଳେ ତିନି ଗ୍ରାମ ଓଜନର ଏକ ଲକେଟ ଓ ୧୬ ଟି ନାକପୁଟୁକି କମ୍‌ ଥିବା ଜାଣିବାକୁ ପାଇଥିଲେ। ଏହାପରେ ଦୋକନରେ ଲାଗି ଥିବା ସିସି ଟିଭି ଫୁଟେଜରୁ ଜଣାପଡ଼ିଥିଲା ଯେ ଦୋକାନରେ କାମ କରୁଥିବା ନିରଂଜନ ଉକ୍ତ ସୁନା ଗହଣା ଚୋରି କରିଛି। ଏ ସଂକ୍ରାନ୍ତରେ ମନମୁଣ୍ଡା ଥାନାରେ ଏତାଲା ଦେଲା ପରେ ନିରଂଜନକୁ ପୁଲିସ ଗିରଫ କରିଥିଲା। ଏହି ଦୋନାରୁ ୨୭.୮.୨୦୧୭ରେ ସିନ୍ଧି ଖୋଳି କେତେକ ଦୁର୍ବୃତ୍ତ ଗହଣା ଚୋରି କରିଥିଲେ।

ସମ୍ବନ୍ଧିତ ଖବର