କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବୁଢ଼ାଖୋଲ ଜଙ୍ଗଲରେ ଗୁରୁବାର କମ୍ବିଂ ବେଳେ ମାଓବାଦୀ ଓ ଏସ୍ଓଜି ଯବାନମାନେ ମୁହାଁମୁହିଁ ହୋଇଥିଲେ। ଉଭୟ ପଟୁ ସକାଳ ୯ଟାରୁ ପ୍ରାୟ ୩ ଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା। ଯବାନମାନଙ୍କ ଆକ୍ରମଣରେ ତିଷ୍ଠି ନପାରି ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ମାଓବାଦୀଙ୍କ ଶିବିର ଧ୍ୱଂସ କରିବା ସହ ସେଠାରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରିଛି ପୁଲିସ।
ସୂଚନା ଅନୁଯାୟୀ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ସୀମାନ୍ତ ଜଙ୍ଗଲରେ ଗତ କିଛି ମାସ ହେଲା ମାଓବାଦୀ ଗତିବିଧି ଜାରି ରହିଥିଲା। ଫଳରେ ଯବାନମାନେ ମଧ୍ୟ ଅଞ୍ଚଳରେ ଘନ ଘନ କମ୍ବିଂ ଅପରେସନ ଜାରି ରଖିଥିଲେ। ଗତ ଦୁଇ ମାସ ମଧ୍ୟରେ ଦୁଇଥର ମାଓବାଦୀ ଶିବିର ଧ୍ୱଂସ କରାଯିବା ସହ ବିପୁଳ ପରିମାଣର ମାଓବାଦୀଙ୍କ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ଗତ ୫ ତାରିଖ ଦିନ ମନମୁଣ୍ଡାଠାରେ ମାଓବାଦୀ ପୋଷ୍ଟର ଲାଗିଥିବା ବେଳେ ପୁଲିସ କମ୍ବିଂ ଜୋରଦାର କରିଥିଲା। ଗୁରୁବାର ଜବତ ହୋଇଥିବା ମାଓବାଦୀ ସାମଗ୍ରୀ କନ୍ଧମାଳ ଜିଲ୍ଲାକୁ ନିଆଯାଇଥିବା ସୂଚନା ମିଳିଛି। ତିନିମାସ ମଧ୍ୟରେ ୩ଟି ମାଓବାଦୀ ଶିବିର ଧ୍ୱଂସ କରିବା ସହ ବିପୁଳ ସାମଗ୍ରୀ ଜବତ ହେବା ପରେ ଜିଲ୍ଲାରେ ମାଓବାଦୀ ଗତିବିଧି ସକ୍ରିୟ ଥିବା ସ୍ପଷ୍ଟ ହେଉଛି।
କଣ୍ଟାମାଳରେ ମାଓବାଦୀ- ଯବାନ ମୁହାଁମୁହିଁ: ମାଓ ଶିବିର ଧ୍ବଂସ, ବିପୁଳ ସାମଗ୍ରୀ ଜବତ
/sambad/media/post_attachments/wp-content/uploads/2024/01/31979187-2570-4d34-8039-c5f3c083edc4.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)