ମ.ରାମପୁର: ମ.ରାମପୁର ଥାନା ଅନ୍ତର୍ଗତ ମୋହନଗିରୀ ଦେଉଳିପଡ଼ାର ରାଜାରାମ କୁମାରଙ୍କ ପୁଅ ଅନନ୍ତ କୁମାର(୧୪) ଗତ ୮ ତାରିଖ ନିଖୋଜ ଥିବା ନେଇ ପରିବାର ଲୋକେ ମୋହନଗିରୀ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ଘଟଣାଦିନ କଲୋନିପଡ଼ାର ଚକ୍ର ବେଶ୍ରାଙ୍କ ପୁଅ ହେମନ୍ତ ବେଶ୍ରା(୧୮) ଅନନ୍ତଙ୍କୁ ଧରି ତାମିଲନାଡୁକୁ କାମ କରିବାକୁ ଯିବାକୁ ଡାକି ଆଣିଥିଲେ। ବସ ଯୋଗେ ଦୁହେଁ ଉର୍ଲାଦାନୀ ପଂଚାୟତର ଜୁରାଖମନ ଗାଁକୁ ଯାଇ ହେମନ୍ତର ନାନୀ ଘରେ ରହିଥିଲେ। ପରେ ଏ ସଂକ୍ରାନ୍ତରେ ପରିବାର ଲୋକେ ଖବର ପାଇବା ପରେ ସେମାନଙ୍କୁ ବାହାରକୁ ଛାଡ଼ନାହିଁ, ମୋହନଗିରୀକୁ ପଠାଇଦିଅ ବୋଲି କହିବାରୁ ଗତ ୧୨ ତାରିଖ ଦିନ ସେମାନଙ୍କୁ ବସରେ ବସାଇ ଦିଆଯାଇଥିଲା। କିନ୍ତୁ ହେମନ୍ତ ଏକା ଘରକୁ ଫେରିଥିଲା। ଅନନ୍ତ ମ.ରାମପୁର ବସଷ୍ଟାଣ୍ଡରୁ କୁଆଡ଼େ ଗଲା ହେମନ୍ତ କହିବା ପରେ ସନ୍ଦେହ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ପ୍ରଥମେ ମୋହନଗିରୀ ଫାଣ୍ଡିରେ ଲିଖିତ ଅଭିଯୋଗ କରାଯିବା ପରେ ମ.ରାମପୁର ଥାନାରେ ମଧ୍ୟ ଅଭିଯୋଗ ହୋଇଛି।
ନାବାଳକ ନିଖୋଜ, ଚିନ୍ତାରେ ପରିବାର
/sambad/media/post_attachments/wp-content/uploads/2019/05/missing-people.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)