ବୌଦ୍ଧ ଡିଇଓଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ:ନିଲମ୍ବନ ପ୍ରତ୍ୟାହାର ନକଲେ ଆନ୍ଦୋଳନ

ବୌଦ୍ଧ: ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ଦିଲ୍ଲୀପ ମେହେରଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ଦୁର୍ବ୍ୟବହାର କରିବା ସହିତ ଘରକୁ ଡାକି ମାଡ଼ ମାରିବା ଓ ପୁଣି ସଂପ୍ୟକ୍ତ କିରାଣିଙ୍କୁ ନିଲମ୍ବନ କରିବା ଘଟଣାକୁ ଜିଲ୍ଲା ଅଣଗେଜେଟେଡ ସମନ୍ନୟ ସମିତି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। ସ୍ଥାନୀୟ କର୍ମଚାରୀ ଭବନରେ ସଭାପତି ସତ୍ୟନାରାୟଣ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୁର୍ବ୍ୟବହାର ନେଇ ଆଲୋଚନା ହୋଇଥିଲା। ଆକ୍ରୋଶ ମୂଳକ ଭାବରେ ଶ୍ରୀ ମେହେରଙ୍କୁ କରାଯାଇଥିବା ନିଲମ୍ବନକୁ ପ୍ରତ୍ୟାହାର କରାନଗଲେ ସଂଘ ଆନ୍ଦୋଳନାତ୍ମକପନ୍ଥା ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ସଂପାଦକ ରାଜେନ୍ଦ୍ର ମହାପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର