ପୁରୁଣାକଟକ: ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା- ବଲାଙ୍ଗୀର୍ ଜାତୀୟ ରାଜପଥ ନଂ ୫୭ର ଲୁଣିବାହାଲ ନିକଟ ବିଲେଇ ଘାଇ ପୋଲ ତଳୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଗୁରୁବାର ସକାଳୁ ‌ହରେକୃଷ୍ଣପୁର ଗୋପବନ୍ଧୁ ହାଇସ୍କୁଲର ଶିକ୍ଷକ ବିମଳ ବେହେରା ଏହି ରାସ୍ତା ଦେଇ ଯାଉଥିବା ବେଳେ କିଛି ଲୋକ ରୁଣ୍ଢ ହୋଇ ଏକ ନବଜାତ ଶିଶୁ କନ୍ୟା ଦେଖୁଥିଲେ। ସେ ତୁରନ୍ତ ଶିଶୁ କନ୍ୟାକୁ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ଶିଶୁଟିକୁ ବୌଦ୍ଧ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। ଶିଶୁଟି ଗତ ରାତିରୁ ସେଠାରେ ପଡ଼ିଥିବା ଅନୁମାନ କରାଯାଉଛି।